Nothing like Government
ସରକାର ବୋଲି କିଛି ହିଁ ନାହିଁ
::::::::::::::::::::::::::::::::::::::::::::::::
------------[ ସତ କଥା ]----------------
ଝଡ଼ତୋଫାନ ସରିବାର କେଇଦିନ ପରେ ସରକାରଙ୍କ ତରଫରୁ ଘୋଷଣା କରାଗଲା ଯେ ତୋଫାନ ରେ ମରିଥିବା ଲୋକଙ୍କ ପରିବାରକୁ ପଚସ୍ତରି ହଜାର ଟଙ୍କା, ଯେଉଁମାନଙ୍କର ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ତାଙ୍କ ପରିବାରକୁ ଦଶହଜାର ଟଙ୍କା ଓ ଆଂଶିକ ଭାଙ୍ଗିଥିବା ଘରପାଇଁ ପାଞ୍ଚହଜାର ଟଙ୍କା ମିଳିବ। ଏ ଖବର ମିଳିବା ପରେ ଲୋକଙ୍କ ମଧ୍ୟରେ କୋଳାହଳ ଆରମ୍ଭ ହୋଇଗଲା। ସମସ୍ତେ ଚିନ୍ତା ଓ ଯୋଜନା କରିବା ଆରମ୍ଭ କରିଦେଲେ , କେମିତି ଏହି ଅନୁଦାନ ମାନଙ୍କୁ ହାସଲ କରିବେ।
ଝଡ଼ରେ ମରିଥିବା ଲୋକଙ୍କ ବିଷୟରେ ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ତହସିଲଦାର ମହାଶୟ ଗାଆଁ ଗାଆଁ ବୁଲିବା ଆରମ୍ଭ କରିଦେଲେ। ମଲା ଲୋକଙ୍କ ଘର ଘର ବୁଲିଲେ। ତଥ୍ୟ ସଂଗ୍ରହ ପାଇଁ ପଚରା ପଚରି ଚାଲିଲା। ସତକଥାଟି ଜାଣିବାପାଇଁ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିବାରୁ ତାଙ୍କୁ ଯେଉଁ ଉତ୍ତରମାନ ମିଳିଲା ସେଥିରୁ ତହସିଲଦାର ମହାଶୟ ସନ୍ଦେହ କଲେ ଓ ଅନୁମାନ କଲେ ଯେ ସବୁ ଲୋକ ଗୁଡ଼ିକ ତୋଫାନ ଦିନ ମରି ନାହାନ୍ତି। କେଇଜଣ ଲୋକ ଝଡ଼ର କେଇଦିନ ଆଗରୁ ମରିଛନ୍ତି। କିନ୍ତୁ ମୃତକର ପରିବାରବର୍ଗ ଓ ସାହି ପଡ଼ିଶାର ଲୋକେ ଅଯଥାରେ ବାତ୍ୟାଗ୍ରସ୍ତ ମୃତ୍ୟୁ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଥାନ୍ତି। ଶେଷରେ ଏକ ପ୍ରକାରର ବାଧ୍ୟ କରିବା ଆରମ୍ଭ କରିଦେଲେ ଯେ ଆପଣ ରିପୋର୍ଟ ଦିଅନ୍ତୁ ଲୋକଟି ତୋଫାନ ଦିନ ମରିଛି। ଯାହାବି ହେଉ ତହସିଲଦାର ତାଙ୍କ କାମ ଶେଷକରି ଚାଲିଗଲେ। କିନ୍ତୁ ଲୋକମାନେ ତାଙ୍କ ବ୍ୟବହାର ରେ ସନ୍ତୁଷ୍ଟ ହୋଇପାରିଲେ ନାହିଁ। କାରଣ ପଚସ୍ତରି ହଜାର ଟଙ୍କାର ମୋହଟା ସାଧାରଣ କଥା ନୁହେଁ। ତେଣୁ ସେମାନେ ତାଙ୍କ ଅଞ୍ଚଳର ବିଧାୟକଙ୍କ ପାଖକୁ ଯାଇ ଅଭିଯୋଗ କଲେ। ବିଧାୟକ ମହାଶୟ ସତକଥା ଜାଣିଲେ ମଧ୍ୟ ଲୋକପ୍ରିୟ ନେତାଟିଏ ହେବାର ଉଦ୍ଦେଶ୍ୟ ରଖି ତହସିଲଦାର ଙ୍କ ପାଖକୁ ଚିଠି ଲେଖିଲେ -
ଏହି ଲୋକଟି ଝଡ଼ତୋଫାନ ଦିନ କାନ୍ଥପଡ଼ି ମରିଛି ବୋଲି ରିପୋର୍ଟ ଲେଖିବେ।
ଇଏ ହେଲା ବାତ୍ୟା ଦ୍ୱାରା ଅଳ୍ପ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳର କଥା। ଅଳ୍ପ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ଖୁବ କମ ଏବଂ ଘର ଭାଙ୍ଗିବା ସଂଖ୍ୟାଟା ଅଳ୍ପ ଅଧିକ। ଚାଳଛପର, ଝାଟିମାଟି ଘର ପ୍ରତ୍ୟେକ ବର୍ଷର ସାଧାରଣ ପବନ ବର୍ଷାରେ ମଧ୍ୟ କିଛି କିଛି ଭାଙ୍ଗିଥାଏ। ସେଥିପାଇଁ ସରକାରୀ ସାହାଯ୍ୟ ମିଳୁ ନ ଥିବାରୁ ସେ କଥା ନଜର କୁ ଆସେନାହିଁ। ଏଥର ପବନର ବେଗ ପୂର୍ବାପେକ୍ଷା ଯଥେଷ୍ଟ ଅଧିକ। ତେଣୁ ଅଧିକ ଘର ଭାଙ୍ଗିବାଟା ସ୍ୱାଭାବିକ ଓ ଭାଙ୍ଗିଛି ମଧ୍ୟ। ଏସବୁ ଘରକୁ ଅଳ୍ପ ସଂଖ୍ୟକ ତହସିଲଦାରଙ୍କ ପକ୍ଷେ ନିରୀକ୍ଷଣ କରିବା କଷ୍ଟଦାୟକ। ଏତେ ଗୁଡ଼ାଏ ଅଞ୍ଚଳ ବୁଲିବା ଅସମ୍ଭବ ମଧ୍ୟ। ସେଥିପାଇଁ ଭାଙ୍ଗିଥିବା ଘର ବିଷୟରେ ତଥ୍ୟ ସଂଗ୍ରହ କରିବାର ଦାୟିତ୍ୱ ପଡ଼ିଲା ରାଜସ୍ବ ନିରୀକ୍ଷକ (ଆର୍. ଆଇ.) ଙ୍କ ଉପରେ। ସେମାନେ ସେମିତି ଗାଆଁ ଗାଆଁ ବୁଲିଲେ। ଘରଦ୍ବାର ଦେଖିଲେ। ସତ୍ୟକଥା ଅନୁଭବ କଲେ। ସେମାନେ ତ ଆମରି ଭିତରୁ ଜଣେ ଜଣେ ମଣିଷ ନାଁ। ତେଣୁ ସେମାନେ ଅନୁଭବ କରି ପାରୁଥିଲେ କେଉଁଟା ଗୁହାଳ, କେଉଁଟା ରୋଷେଇ ଘର, ଓ କେଉଁଟା ଜାଳେଣି ରହିବା ଘର। କେଉଁ ଘର ସମ୍ପୂର୍ଣ୍ଣ ଭାଙ୍ଗିଛି, କେଉଁ ଘର ଅଧା ଭାଙ୍ଗିଛି ଇତ୍ୟାଦି ଇତ୍ୟାଦି। ସେହି ଭାବରେ ସେମାନେ ରିପୋର୍ଟ ଲେଖିବାକୁ ପ୍ରସ୍ତୁତ ହେଲା ବେଳକୁ ଘର ମାଲିକମାନଙ୍କ ବିତଣ୍ଡା ଯୁକ୍ତିର ସମ୍ମୁଖୀନ ହେଲେ। ସ୍ଥାନେ ସ୍ଥାନେ ଜଣେ ଜଣେ ଲୋକଙ୍କୁ ଗ୍ରାମର ଅନ୍ୟ ଲୋକମାନେ ସମର୍ଥନ କରୁଥିଲେ। କଥାବାର୍ତ୍ତା କରୁ କରୁ ଉତ୍ତ୍ୟକ୍ତ ହୋଇ ଉଠୁଥିଲେ। ପରୋକ୍ଷ ଧମକ ଦେବାକୁ ମଧ୍ୟ ପଛାଉ ନ ଥିଲେ। ପକ୍କା ଘର ଥିବା ଲୋକଟିର କେବଳ ରୋଷେଇ ଘରଟି ଭାଙ୍ଗିଥିଲେ ବି ସେ ଜିଦ୍ କରୁଥିଲା, ଏଇଟିକୁ ବାସଗୃହ ବୋଲି ଲେଖନ୍ତୁ। ଖାଲି ଟିକେ ଛପର ଉଡ଼ି ଯାଇଥିଲେ ବି ଲୋକେ ବାଧ୍ୟ କରୁଥାନ୍ତି, ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ବୋଲି ଲେଖନ୍ତୁ। କାରଣ ସରକାର ଟଙ୍କା ଦେଉଛନ୍ତି। ଯେତେ ଘର ଭାଙ୍ଗିବା ଦର୍ଶାଇବେ ସେତେଟଙ୍କା ଆସିବ। ସରକାର ଦେଉଛନ୍ତି। ଆମେ ପାଇବୁ। ଆପଣଙ୍କର ପକେଟରୁ ଦେଉଛନ୍ତି ନା ଆପଣଙ୍କର ବ୍ୟକ୍ତିଗତ ସମ୍ପତ୍ତି ଆପଣ ବାଣ୍ଟୁଛନ୍ତି। ଏଇ ଲେଖିବାରେ ବି ଆପଣ ଏତେ କଞ୍ଜୁସି କରୁଛନ୍ତି।
ଏଇ ଧାରଣାଟା ଏବେ ସମସ୍ତ ଙ୍କ ମନରେ ବସା ବାନ୍ଧିଯାଇଛି। ସମସ୍ତେ ଚାହିଁ ବସିଛନ୍ତି ମିଛସତ କହି ସରକାରୀ ଅର୍ଥକୁ ଆତ୍ମସାତ କରିବାପାଇଁ। ତହସିଲଦାର ଙ୍କୁ ଚିଠି ଲେଖିଥିବା ବିଧାୟକଙ୍କ ମନରେ ବି ସେଇ ଏକା ପ୍ରକାରର ଭାବନା ଅଛି। ସରକାର ଟଙ୍କା ଦେଉଛନ୍ତି। ଲୋକେ ପାଇବେ। ସେଥିପାଇଁ ଅଳ୍ପଟିକିଏ ମିଛ କହିଲେ କ୍ଷତି କ'ଣ। ଓଲଟା ତାଙ୍କ ପାଇଁ ତୁଛା ମିଛର ବାଟଟିଏ କରିଦେବା ଉଚିତ। ଲୋକେ ବା ଭୋଟର୍ ନେତାଙ୍କ ମିଛ ଯୋଗୁଁ ଅନୁଦାନ ପାଇଲେ ନେତାଙ୍କ ପାଖରେ କୃତଜ୍ଞ ରହିବେ।
ସରକାରୀ ସମ୍ପତ୍ତି କୁ ଯେକୌଣସି ଉପାୟରେ ନିଜର କରିବା ପାଇଁ ଏବେ ସମସ୍ତେ ଆଗ୍ରହୀ। ସାଧାରଣ ଲୋକଙ୍କ ମନରେ ସେଇ ଭାବନା। ବ୍ୟବସାୟୀ, କଣ୍ଟ୍ରାକ୍ଟର, ସରକାରୀ ଚାକିରିଆ ମନରେ ସେଇ ଭାବନା। ନେତା, ମନ୍ତ୍ରୀ, ମୂଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମନରେ ବି ସେଇ ଭାବନା। ସମସ୍ତେ ଚୋରି କରି ଚାଲିଛନ୍ତି। କିନ୍ତୁ କିଛି ପ୍ରମାଣ ରହୁନାହିଁ। ଓଲଟା ମିଛଟି ସତ୍ୟରେ ପରିଣତ ହୋଇଯାଉଛି। ଯେମିତି ଭଲ ଘରଟା ଭଙ୍ଗାଘର ବୋଲି ଲେଖି ହୋଇଯାଉଛି। କ୍ୟାନସର ରେ ମରିଥିବା ଲୋକଟା ତୋଫାନ ରେ ମରିଛି ବୋଲି ପ୍ରମାଣିତ ହୋଇଯାଉଛି। ଏବଂ ସେଥିପାଇଁ ସରକାରଙ୍କ ଠାରୁ ସାହାଯ୍ୟ ମଧ୍ୟ ମିଳିଯାଉଛି।
ସରକାରଙ୍କ ପାଇଁ ଜିନିଷ କିଣା ବିକାରେ ମନ୍ତ୍ରୀ, ମହାମନ୍ତ୍ରୀ, ପ୍ରଧାନମନ୍ତ୍ରୀମାନେ କମିଶନ୍ ନେଉଛନ୍ତି। ସରକାରୀ କାମରୁ ପର୍ସେଣ୍ଟେଜ୍ ନେଉଛନ୍ତି।
ତେବେ ଏଇ ସରକାର ଟି କିଏ ?
ସିଏ କେଉଁଠି ଥାଏ ? ତା'ର ପ୍ରକୃତ କାମଟା କ'ଣ ? ତା'ର ଆଖି କାନ, ପାଟି ଅଛି କି ନାହିଁ ? ତା'ର ସମ୍ପତ୍ତି ଯେ ନିର୍ବିଚାରରେ ଲୁଣ୍ଠନ ହୋଇ ଚାଲିଛି ଏକଥା ସିଏ ଜାଣିପାରୁଛି କି ନାହିଁ ? ଯଦି ଜାଣୁଛି ତେବେ ସେ ନୀରବ ରହୁଛି କାହିଁକି ?
ସତ କଥାଟି ହେଲା ସରକାର ଓ ତା'ର ଗୁଣଗ୍ରାମ ବିଷୟରେ ସମସ୍ତେ ଅଜ୍ଞ। ସରକାରଟିକୁ ସମସ୍ତେ ଖୋଜୁଥିବେ ତାକୁ କେହି କେବେ ପାଇବେ ନାହିଁ। ଠିକ୍ ଯେମିତି ମଣିଷ ଭିତରେ ଥିବା " ମୁଁ " ଟିକୁ ଏପର୍ଯ୍ୟନ୍ତ ଖୋଜା ଚାଲିଛି। ଯୁଗ ଯୁଗ ଧରି ଖୋଜା ଚାଲିଛି। କେତେ କେତେ ଜ୍ଞାନୀ, ମହାଜ୍ଞାନୀ, ଦାର୍ଶନିକ ଖୋଜାଖୋଜି କରି ନିଜେ ହଜି ଯାଇଛନ୍ତି। ତେବେବି "ମୁଁ "ଟିକୁ ପାଇପାରି ନାହାନ୍ତି। କୋଟି କୋଟି ମଣିଷ ଭିତରେ କୋଟି କୋଟି "ମୁଁ "
ଥିଲେବି ଏପର୍ଯ୍ୟନ୍ତ ଗୋଟିଏ ବି "ମୁଁ "ଧରା ପଡ଼ିନାହିଁ। "ମୁଁ " "ମୁଁ " କହୁଥିବା ମଣିଷଟି ତା'ର
"ମୁଁ "ଟିକୁ ଆଦୌ ଦେଖାଇ ପାରେନାହିଁ। ମୋର ହାତ, ମୋର ଗୋଡ଼, ମୋର ମୁଣ୍ଡ, ମୋର , ମୋର ଇତ୍ୟାଦିକୁ ଗୋଟି ଗୋଟି କରି ଅଲଗା କରିଦେଲେ ବି "ମୁଁ "ଟି ଧରାପଡ଼େ ନାହିଁ।
ଏ ସରକାରଟା ବି ସେହି "ମୁଁ "ରୂପର ହୋଇ ରହିଯାଇଛି ବୋଲି ପ୍ରତୀୟମାନ ହେଉଛି। ଅନେକ ଅନେକ ମୂଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଅବତୀର୍ଣ୍ଣ ହୋଇ ଏଇ ରାଜ୍ୟ ଓ ଦେଶର ସରକାରଟାକୁ ମୋ ସରକାର ବୋଲି କହୁଛନ୍ତି। କିନ୍ତୁ ତାଙ୍କର ସରକାରଟିକୁ ପ୍ରତ୍ୟକ୍ଷ ଭାବରେ କେବେବି ଦେଖାଇ ପାରିନାହାନ୍ତି କି ନିଜେ ବି ଦେଖିପାରି ନାହାନ୍ତି। ସେମାନଙ୍କ ମଧ୍ୟରୁ କେତେକ ତାଙ୍କ ଅକ୍ତିଆରରେ ଥିବା ବିଚରା ନିରୀହ ସରକାରଟିର ଧନସମ୍ପତ୍ତି କୁ ଲୁଣ୍ଠନ କରିବାରେ ମୂଖ୍ୟ ଭୂମିକା ନେଇଛନ୍ତି।
ତା'ହେଲେ ଏବେ କ'ଣ ଏୟା ହିଁ ବିଶ୍ୱାସ କରାଯିବ ଯେ "ସରକାର "ଶବ୍ଦଟି ଭାରତୀୟମାନଙ୍କ ପାଇଁ ଏକଦମ୍ ଅଦରକାରୀ।
ଅର୍ଥାତ୍ ସମ୍ପୂର୍ଣ୍ଣ ଅର୍ଥହୀନ।

Comments
Post a Comment