ବୀର ମାଷ୍ତ୍ରେ
"ବୀର ମାଷ୍ତ୍ରେ"
“ ବୀର ମାଷ୍ତ୍ରେ ଇଲେକ୍ସନ ହାରିଗଲେ !!!!!!!!!!!!”
କାହ୍ନୁ ଦୋରା ଆସି କହିଲା ପରେ ମୋ କାନ କୁ ବିଶ୍ବାସ ହଉ ନ ଥାଏ । ସାରା ଅଞ୍ଚଳ ରେ ଏତେ ଜଣା ଶୁଣା , ପିଲା ଠୁ ବୁଢା ଯାଏ ଆଦର ରେ ବୀର ମାଷ୍ତ୍ରେ ବୋଲି ଜାଣୁଥିବା ମାଷ୍ତ୍ରେ କିପରି ଏମେଲେ ଇଲେକ୍ସନ ହାରି ପାରିବେ ? ବାପ ର କାନ ଧରି ତାକୁ ସ୍କୁଲ ରେ ପଢେଇ ଥିବା ମାଷ୍ତ୍ରେ, ତାଙ୍କ ପୁଅ କୁ ବି ନିଲ୍ ଡାଉନ କରେଇ ଗଣିତ ପଢାଉଥିଲେ ।କେହି ପିଲା ଦୁଇଦିନ ରୁ ଅଧିକ ସ୍କୁଲ ନ ଆସିଥିଲେ ବୀର ମାଷ୍ତ୍ରେ ତା ଘାରେ ହାଜର ହେଇ ତା ବାପା ମା ଠୁ ଭୁଝୁଥିଲେ ସତରେ ତାକୁ ଜର ହେଇଥିଲା କି ? ଯଦି ହେଇଥିଲା ଆଉ ତା ମା ତା ପାଇଁ ଔଷଧ ନ ଆଣି ତୁଟୁକା ଚିକିସ୍ଥା କରୁଥିବା ଜାଣିବେ , ମାଷ୍ତ୍ରେ ରାଗିକି ନିଆଁ , ଆଉ ସାଥେ ସାଥ ପିଲା କୁ ଧରି ସରକାରୀ ଡାକ୍ତର ପାଖରେ ହାଜର ହଉଥିଲେ । କେଉଁ ଗରିବ ଘର ର ପିଲା ଯଦି ବହି କିଣି ପାରୁନଥିବା ଜାଣିବେ , ନିଜ ପକେଟ ରୁ ଦେଇ ବହି କିଣି ଆଣି ଆର ଦିନ ତାକୁ ଧରେଇ ଦଉଥିଲେ । ସେଇ ବୀର ମାଷ୍ତ୍ରେ ଫେର ହାରିଗଲେ ???
୨୨ ବର୍ଷ ବୟସରୁ ପାଖ ସହରରୁ ଡିଗ୍ରୀ କରି ଆସି ବୀର ମାଷ୍ତ୍ରେ ଜମିଦାର ଅମଳ ରୁ ଖୋଲିଥିବା ହାଇସ୍କୁଲ ରେ ଯୋଗ ଦେଇଥିଲେ । ଶୁଣା ଯାଏ ମାଷ୍ତ୍ରେ ପହେଲା ଦିନ ରୁ ହିଁ ସ୍କୁଲ ର ପିଲା ମାନଙ୍କର ପ୍ରିୟ ହେଇଯାଇଥିଲେ ତାଙ୍କର ମିଠା ହସ ଆଉ ମଜାକିଆ କଥା ରେ । ତେବେ ମାଷ୍ତ୍ରେ ପାଠ ପଢେଇବାରେ କେବେ ସାଲିସ କରିଥିବା କଥା କେହି ଜାଣିନି । ଯଦି ତୁମେ ମାଷ୍ତ୍ରେ ଦେଇଥିବା ହୋମ୍ ୱୋର୍କ କରିକି ଆସିନ ତେବେ ତୁମେ ଯିଏ ବି ହେଇଥାଅ ଦଣ୍ଡ ଭୋଗିବ । ପୂର୍ବ ଜମିଦାର ଙ୍କ ପୁଅ ମଧ୍ୟ ଏଥିରୁ ବାଦ ପଡୁନଥିଲା । ଯଦି ମାଷ୍ତ୍ରେ କାଲି ପଢେଇଥିବା ବ୍ୟାକରଣରେ ଭୁଲ କହିଲ , ମାଷ୍ତ୍ରେ ଙ୍କ ବେତ ତୁମ ହାତ ରେ ବାଜିବ ହି ବାଜିବ ।
ବାପାମା ‘ ମାନେ ସବୁଆଡେ କହୁଥିବାର ଶୁଣାଯାଏ ଯେ ଆମର ପିଲାଟା ମଣିଷ ହେଇ ପାରିଲା ଖାଲି ବୀର ମାଷ୍ତ୍ରେ ଙ୍କ ମାଡ ଖାଇ । ନହେଲେ ସେ କି ତହସିଲଦାର ହେଇଥାନ୍ତା ? କେଉଠି ଇଉପି ସ୍କୁଲ ର ମାଷ୍ଟର ଟେ ବି ହେଇନଥାନ୍ତା । ଛୋଟ ସହର ଟି ର ପିଲା ଠୁ ବୁଢା ଯାଏ ସମସ୍ତଙ୍କ ମୁହଁ ରେ “ ବୀର ମାଷ୍ତ୍ରେ “
ଆଶ୍ଚର୍ଯ୍ୟ ର କଥା ଏହା ଯେ ସଂସ୍କୃତ ପଣ୍ଡିତ ବି ବାଡାନ୍ତି ପିଲାଙ୍କୁ ନର, ନରୌ , ନରାଃ ଠିକ କରି ଘୋଷି କି ଆସିନଥିଲେ ଓ ପିଲେ ତାଙ୍କୁ ରାସ୍ତା ରେ ଦେଖିଲେ ଡରିକି ଲୁଚି ଯାଆନ୍ତି,ହେଲେ ବୀର ମାଷ୍ତ୍ରେ ଆଜି ସ୍କୁଲ ରେ ବାଡେଇଥିବା ପିଲା ସନ୍ଧ୍ୟା ରେ ବଜାର ରେ ତାଙ୍କୁ ଭେଟିଗଲେ ତାଙ୍କ ହାତରୁ ଟଫି ଖାଉଥାଏ ଖୁସି ରେ !!!!!! ସ୍କୁଲ ରୁ ମେଟ୍ରିକ ପଢି ସାରି କଲେଜକୁ ଯାଇଥିବା ସବୁ ପୁରୁଣା ଛାତ୍ରଙ୍କ ସତେ ଯେପରି ବୀର ମାଷ୍ତ୍ରେ ସବୁଠୁ ବଡ ସାଙ୍ଗ । ଛୁଟି ରେ ହଷ୍ଟେଲ ରୁ ଆସିଲେ ତାଙ୍କ ଭିଡ ଜମେ ବୀର ମାଷ୍ତ୍ରେ ଙ୍କ ଘରେ ଆଉ ମାଷ୍ତ୍ରେ ବି ତାଙ୍କୁ ବାରଣ୍ଡା ରେ ବସେଇ ରଘୁ ପିଅନ କୁ ଚା ପକୋଡି ଆଣିବାକୁ ଡାକ ଛାଡନ୍ତି ।
କେଜାଣି କାହିଁକି ମାଷ୍ତ୍ରେ ଆଉ ବାହା ହେଲେନି। ଦୁନିଆ ଯାକର କଥା ଜାଣୁଥିବା , ନିଜର ସବୁ ପୁରୁଣା ଛାତ୍ର କିଏ କଣ କରୁଛି ସବୁ ଖବର ରଖିଥିବା ବୀର ମାଷ୍ତ୍ରେ ନିଜ ବିଷୟ ରେ କେବେ କାହାକୁ କହନ୍ତି ନାହିଁ ,ଆଉ ଆମେ ବି ସାହସ କରି ପଚାରୁନୁ କାଳେ ମାଷ୍ତ୍ରେ ମନଦୁଖ କରିବେ ବୋଲି ।
ତେବେ ସ୍କୁଲ ର ନରିଆ ପିଅନ କହୁଥିଲା ମାଷ୍ତ୍ରେ କୁଆଡେ ତାଙ୍କ ଗାଁର ଅନ୍ୟ ଜାତି ର ଝିଅ ଟିଏ କୁ ଭଲ ପାଉଥିଲେ । ହେଲେ ତାଙ୍କ ବାପା ଖୁବ ରାଗୀଥିଲେ ଓ ମାଶ୍ତ୍ରେ ତାଙ୍କ ବାପା ଙ୍କୁ ଖୁବ ଡରୁଥିଲେ । ଏଣୁ ବାହାନା କରି ଆଉ ଅନ୍ୟ ଝିଅ ବାହା ହେଲେନି କାହିଁକି ନା ତାଙ୍କ ଭଲ ପାଉଥିବା ଝିଅ କୁ ପାଇଲେନି ବୋଲି । କିନ୍ତୁ ଆମେ ସେ ସବୁ ବିଶ୍ବାସ କରୁନୁ । ବୀର ମାଷ୍ତ୍ରେ ଫେର ଏମିତି କରିବେ ? ସମ୍ଭବ ନୁହେଁ । ନରିଆ ଟା ଡାହା ମିଛ ଗୁଡାକ କେଉଁଠୁ ଆଣି କହେ ମ !!! ଛାଡ ତା କଥା ।
ଦେଖୁ ଦେଖୁ ବର୍ଷ ସବୁ ଗଡି ଯାଉଥାଏ । ଆମ ପାଳି ଆସିଲାରୁ ଆମେ ମଧ୍ୟ ବୀର ମାଷ୍ତ୍ରେଙ୍କ ଛାତ୍ର ହେଲୂ , ତାଙ୍କଠୁ ଛାଟ ମାଡ ବି କେବେ କେବେ ଖାଇଲୁ , ସ୍କୁଲ ଛୁଟି ପରେ ହାଟ ଦିନ ମାଷ୍ତ୍ରେ ଆମକୁ ରାଧୁଆ ଗୁଡିଆ ଦୋକାନ ପାଖରେ ଭେଟି ପେଡା ବି ଖୁଆଇଛନ୍ତି । ସ୍କୁଲ ସାରି ଆମେ କଲେଜ ଗଲା ପରେ ବୀର ମାଷ୍ତ୍ରେ ଆମର ବି ବଡ ସାଙ୍ଗ ହେଇଗଲେ । ଛୁଟି ରେ ଆସିଲେ ଆଗ ବୀର ମାଷ୍ତ୍ରେ ଙ୍କୁ ନ ଭେଟିଲେ ଯେ ନ ହୁଏ । ତା’ପରେ ଆମେ ଯେ ଯୁଆଡେ ଚାକିରି ପାଇ ପଳେଇଲୁ ଅନ୍ୟ ସହର କୁ । ବାହା ସାହା , ଛୁଆଙ୍କ ଜଞ୍ଜାଳ ଭିତରେ ବୀର ମାଷ୍ତ୍ରେଙ୍କ କଥା ଆଉ ଭାବିବାକୁ ସମୟ ନ ଥିଲା । ତେବେ କେଉଠି କେବେ ହଠତ୍ ପୁରୁଣା ସାଙ୍ଗ ଟେ ଭେଟିଲେ ବୀର ମାଷ୍ତ୍ରେଙ୍କ କଥା ନିଶ୍ଚୟ ଉଠେ ।
ସେଇ ବର୍ଷ ନିର୍ବାଚନ । ଆଗ ଏମେଲେ ଆଉ ଠିଆ ହେବେ ନାହିଁ ବୋଲି କହିଦେଲେ ନିଜ ସ୍ଵାତ୍ସ୍ୟଗତ କାରଣ ରୁ । ସେ ତାଙ୍କ ହାଇକମାଣ୍ଡ କୁ ବୀର ମାଷ୍ତ୍ରେଙ୍କ ନାଁ ସୁପାରିଶ କରିଗଲେ । ହାଇକମାଣ୍ଡ ମଧ୍ୟ ମାଷ୍ତ୍ରେଙ୍କ ଜନପ୍ରିୟତା ର ଫାଇଦା ନେବାକୁ ହଁ କରିଦେଲେ । ତାଙ୍କ ସହ ଲଡିବାକୁ ଆର ଦଳ ର ଯିଏ ଠିଆ ହେଲେ ସେ ବି ମାଷ୍ତ୍ରେଙ୍କ ପୂର୍ବତନ ଛାତ୍ର ଥିବା ଜଣେ ଯୁବକ । ହେଲେ ସେ ଜଣକ ଜଣେ ପକ୍କା ରାଜନୀତିଜ୍ଞ । ମୁନିସିପାଲିଟି ର ଚେୟାରମେନ ବି ଥିଲେ ଆଉ ଆଗ ଭୋଟ ରେ ଖୁବ କମ ଭୋଟ ରେ ହାରିଯାଇଥିଲେ ।
ମାଷ୍ତ୍ରେ ଠିଆ ହେଇଗଲେ । ତାଙ୍କର ଜଣେ ଛାତ୍ରଙ୍କ ମୁଖ୍ୟ ବଜାର ରାସ୍ତା ରେ ଘର ଥିଲା । ସେ ଦୁଇଟି ବଖରା ମାଷ୍ତ୍ରେଙ୍କ ଅଫିସ ଲାଗି ବ୍ୟବସ୍ଥା କରିଦେଲା । ନିଜେ ବି ମାଷ୍ତ୍ରେଙ୍କ ମେନେଜର ଭାବେ ରହିଲା । ସକାଳେ ସନ୍ଧ୍ୟା ରେ ସେଠାରେ ଭିଡ ଲାଗିଲା ।
ଯେତେ ମାଷ୍ତ୍ରେଙ୍କ ଛାତ୍ର ,ପୁରୁଣା ଛାତ୍ର ସବୁ ଆଖେପାଖେ ଥିଲେ ସମସ୍ତେ ସବୁଦିନେ ସଞ୍ଜ ସକାଳେ ସେଇଠି ଏକତ୍ରିତ ହେଲେ , ସଭା କରିଲେ । କେତୁଟା କାମଧନ୍ଦା ନଥିବା ପୁରୁଣା ଛାତ୍ର ସେଇଠି ଦିନ ରାତି ରହିଲେ । ଗଦି ଓ ଦରି ପଡିଥାଏ ଭିତର ବଖରା ରେ ।ସେଇଠି ପୋଷ୍ଟର ସବୁଥାଏ । ବାହାରେ ଦୁଇଟି ଜିପ ମାଇକ ଲଗା ହେଇ ଛିଡା ଥାଏ ।
ମାଷ୍ତ୍ରେଙ୍କ ପାର୍ଟି ର ସେକ୍ରେଟାରୀ ଟୁର୍ ପ୍ଳାନ ବନେଇକି ମାଷ୍ତ୍ରେଙ୍କୁ ବୁଝାଉଥାଏ । ମାଷ୍ତ୍ରେ ହସିକି କହୁଥାନ୍ତି, “ ଏତେ ବୁଲିବା କି ଦର୍କାର ? ସମସ୍ତେ ତ କହୁଛନ୍ତି ଆପଣ ଏଠାକୁ କାହିଁକି ଆସିବେ ? ଆମେ ତ ସଭିଏଁ ଆପଣଙ୍କୁ ଦେବୁ । “
ସହର ଯାକ ଚର୍ଚା ଚାଲିଥାଏ ମାଷ୍ତ୍ରେ ତ ପୁରା ଭୋଟ ପାଇଯିବେ । ଆଉ ଅନ୍ୟ ମାନଙ୍କ ଅମାନତ ଉଡିଯିବ ।ମୁଁ ବି ଥରେ ସେ ସମୟ ରେ ମୋର ପୁରୁଣା ସହର କୁ ଯାଇଥିଲି । ମାଷ୍ତ୍ରେଙ୍କୁ ତାଙ୍କ ଅଫିସ ରେ ଭେଟିଥିଲି । ପଚାରିବାରୁ ସେଇ କଥା । ମାଷ୍ତ୍ରେ କହିଲେ “ ତୁମେମାନେ ତ ଚାରିଆଡେ ଅଛ । ମୁଁ ଫେର କାହାକୁ କହିଯିବି ଭୋଟ ଦିଅ କହି ? “
କିନ୍ତୁ ଆର ପ୍ରାର୍ଥୀ ଜଣକ , ଯିଏ ଆମର ଉପର ଶ୍ରେଣୀ ରେ ପଢୁଥିଲେ ଓ ବୀର ମାଷ୍ତ୍ରେଙ୍କ ଜଣେ ପ୍ରିୟ ଛତ୍ର ମଧ୍ୟ ଥିଲେ , ସେ ଯୁବକ ହେଲେ ବି ରାଜନୀତି ର ପେଞ୍ଚ ସହିତ ବେଶ ପରିଚିତ ହେଇ ସାରିଥିଲେ । ସେ ସହର କୁ ବେସୀ ଧ୍ୟାନ ନ ଦେଇ ଗ୍ରାମାଞ୍ଚଳ କୁ ବେଶୀ ଆବୋରିବାକୁ ଚେଷ୍ଟିତ ରହିଲେ । ମୁଁ ଶୁଣିଲି ସେ ଗାଁ ଗାଁ କୁ ଯାଇ ସମସ୍ତଙ୍କୁ ଡାକି କହନ୍ତି , “ ବୀର ମାଷ୍ତ୍ରେ ତ ମୋର ବି ଗୁରୁ । ମୁଁ ଯାହା ହେଇଛି କେବଳ ତାଙ୍କରି ଯୋଗୁଁ । ବୀର ମାଷ୍ତ୍ରେ ଙ୍କ ପରି ଭଲ ଲୋକ ଆମ ଅଞ୍ଚଲ ରେ କାହନ୍ତି ? ସେ ଏଇ ଅଞ୍ଚଳ ର କେତେ କେତେ ପିଲାଙ୍କ ଭବିଷ୍ୟତ ବନେଇଛନ୍ତି । ଶିକ୍ଷକ ହିସାବ ରେ ତାଙ୍କର ସମତୁଲ କେହି ନାହାନ୍ତି । ତେବେ ରାଜନୀତି ଏମିତି ଭଲ ଲୋକଙ୍କ କାମ ନୁହେଁ ।ସେଠାରେ ମାଷ୍ତ୍ରେଙ୍କ ପରି ଲୋକ ଦୁଇ ମାସ ରେ ଅଣନିଶ୍ଵାସୀ ହେଇଯିବେ । ମାଷ୍ତ୍ରେଙ୍କ କଥା ରାଜଧାନୀ ରେ କିଏ ଶୁଣିବ ? ଆମ ଅଞ୍ଚଳ ର କାମ ସବୁ ବାକି ରହିଯିବ ଓ ଉନ୍ନତି ହେବ ନାହିଁ । ଜଳସେଚନ ପାଇଁ ନିତାନ୍ତ ଆବଶ୍ୟକ ଥିବା ବନ୍ଧ ଦାବି କଣ ମାଷ୍ତ୍ରେ ସେଇଠି କରିପାରିବେ ?? “
“ ପୁଣି ମାଷ୍ତ୍ରେ ଯଦି ରାଜନୀତିକୁ ଯିବେ ସେ ସ୍କୁଲ ସ୍ଥାୟୀ ଭାବରେ ଛାଡି ଦେବେ । ଏବେ ଆମ ସ୍କୁଲ ର ବହୁତ ନାଁ । ସବୁ ବୁଡିଯିବ । ତେଣୁ ସମସ୍ତେ ବୁଝି ବିଚାରି ଭୋଟ ଦିଅ । ମୁଁ ଜିତିଳେ ମାଷ୍ତ୍ରେଙ୍କୁ ଜାତୀୟ ପୁରସ୍କାର ବି ଦେବାର ବ୍ୟବସ୍ଥା କରିବି । “
ଏମିତି ସବୁ କହି ଆଉ ଏବକାର ରାଜନୀତିର ସବୁ ପ୍ରକାର ମାର ପେଞ୍ଚର ଉପଯୋଗ ସେଇ କରୁଥିବାର ଜାଣିଲି । ତେବେ ବାକି ମାନଙ୍କ ପରି ମୋର ମଧ୍ୟ ଦୃଢ ବିଶ୍ବାସ ଥାଏ ସାରା ନିର୍ବାଚନ ମଣ୍ଡଳୀ ରେ ଏତେ ପ୍ରିୟ ବୀର ମାଷ୍ତ୍ରେଙ୍କ ହାରିବାର ପ୍ରଶ୍ନ ଉଠୁନି । ବାହାରେ ବଡ ପଦବୀ ରେ ଥିବା ବୀର ମାଷ୍ତ୍ରେଙ୍କ ପୂର୍ବତନ ଛତ୍ର ମାନେ ବେନାମୀ ଭାବେ ଟଙ୍କା ପାଣ୍ଠି ପାଇଁ ପଠେଇଲେ । ମାଷ୍ତ୍ରେଙ୍କ ଅଫିସ ଦିନକୁ ଦିନ ଜମୁଥାଏ ।
ଏହିପରି ଦେଖୁ ଦେଖୁ ଇଲେକ୍ସନ ଆସିଗଲା । ଏଥର ବେଶୀ ଭୋଟ ପଡିଥିବାର ଖବର ମିଳିଲା । ଗଣତି କୁ ଆଉ ଦୁଇଦିନ ଥିଲେ ବି କେହି ଆଉ ଗଣିତ କଲେନି । ସହର ଯାକ ତ ମାଷ୍ତ୍ରେ ଜିତିବେ , ଏତେ ବଡ ଶୋଭାଯାତ୍ରା କରିବା , ବାଜା ବାଜୀବ , ବଡ ସହର ରୁ ଏବେଠୁ ଯାଇ ଫୋତାକା ଆଣିଲେ ହେବ , ଏମିତି ସବୁ କଥାବାର୍ତା । ଗୁଳୁ ପାନ ଦୋକାନ , ସ୍କୁଲ ସାମ୍ନା ରାଘବ ର ଜଳଖିଆ, ଚା ଦୋକାନରେ ଏବେ ବହୁତ ଭିଡ ଖାଲି ଏଇ କଥା ଲାଗିବାକୁ ।
ଶେଷରେ ଗଣତି ଦିନ ଆସିଗଲା । କଲେଜ ହଲ ରେ ଗଣତି । ସେ କାଳ ରେ ତ କାଗଜ ଭୋଟ , ଆଜିପରି ମେସିନ ନ ଥିଲା ଯେ ସଙ୍ଗେ ସଙ୍ଗେ ଫଳ ବାହାରିବା ଆରମ୍ଭ ହେବ । ସକାଳ ୯ ରୁ ଗଣତି ଆରମ୍ଭ ହେଲେ ବି ସନ୍ଧ୍ୟା ୫ କୁ ଯାଇ ପ୍ରଥମ ରାଉଣ୍ଡ ଗଣତି ଜଣା ପଡିଲା ।ସହର ଭୋଟ , ମାଷ୍ତ୍ରେ କାହିଁ କେତେ ଆଗରେ । କିଛି ମାଷ୍ତ୍ରେଙ୍କ ଏବର ଛତ୍ର ତ ନାଚିବା ଆରମ୍ଭ କରିଦେଲେ ।
ଆଉ ଦୁଇଘଣ୍ଟା ପରେ ଆର ରାଉଣ୍ଡର ଫଳ ଆସିଲା । ଏଥିରେ ମିଶାମିଶି ଅଞ୍ଚଳ ।ମାଷ୍ତ୍ରେ ଙ୍କ ଆଗୁଆ ତା ଟିକିଏ କମି ଯାଇଥିଲେ ବି କାହାରି ଡର ନ ଥିଲା ।
ଫେର ଦୁଇଘଣ୍ଟା ପରେ ଆର ରାଉଣ୍ଡ ।ଆରେ ଆରେ ଇୟେ କଣ ? କୁଆଡେ କିଛି ଭୁଲ ହେଲା କି ? ମାଷ୍ତ୍ରେଙ୍କ ଭୋଟ ଆର ପ୍ରାର୍ଥୀ ଙ୍କ ସହ ସମାନ ହେଇ ବସିଲାଣି ଯେ !!!!!!
କେତେଜଣ ଆଶ୍ଚର୍ଯ୍ୟ ହେଇ ପାଟିତୁଣ୍ଡ ଆରମ୍ଭ କରିଦେଲେ । ହେଲେ ଗଣତି ଅଧିକାରୀ ଆସି ଗଣତି ଠିକ ବୋଲି କହିଲେ । ଏବେ ଶେଷ ରାଉଣ୍ଡ ବାକି । ସବୁ ଗାଁ ଅଞ୍ଚଳ ର ଭୋଟ । କିଛି ଯୋଡା ହାତ ଉପରକୁ ଉଠିଥିବାର ଦେଖା ଗଲା । ଆଉ କିଛି ମୂହ ରେ ପ୍ରଥମ କରି ହସ ଉଡିଯାଇଥିଲା ।
ଶେଷକୁ ରାତି ଦୁଇଟା ରେ ଗଣତି ସରିଲା । ମାଷ୍ତ୍ରେଙ୍କ ଛାତ୍ର ୬୦୦ ରୁ ଅଧିକ ଭୋଟ ରେ ଜିତିଳେ ବୋଲି ଘୋଷଣା ହେଲା , ଅବଶ୍ୟ ବେସରକାରୀ ଭାବେ । ଚାରିଆଡେ ନୀରବତା । ଯିଏ ଯୁଆଡେ ଥିଲେ ଘର କୁ ପଳେଇଲେ ମୁହଁ ଶୁଖେଇ ।
ଜିତିଥିବା ପ୍ରାର୍ଥୀ କିନ୍ତୁ ସେଇ ରାତିରେ ମାଷ୍ତ୍ରେଙ୍କ ଅଫିସ ପହଞ୍ଚି ଲମ୍ବା ହେଇ ତାଙ୍କ ପାଦତଳେ ପଡି ଆଶୀର୍ବାଦ ମାଗିଲେ ଓ ମାଷ୍ତ୍ରେ ବି ସ୍ବଭାବସୁଲଭ ହସ ଟିଏ ହସି ତାଙ୍କୁ ଉଠେଇ କୁଣ୍ଢେଇ ନେଲେ ଓ ତାଙ୍କର ଖାସ କେତେ ଅନୁଗତ ଏଇଆଡେ ସେଇଆଡେ ମୁହଁ ଲଟକେଇ ବସିଥିଲେ , ସମସ୍ତଙ୍କୁ ଡାକିଲେ । କହିଲେ ,
“ ମୁଁ ତ ମାଷ୍ଟ୍ରିଆ ଲୋକ ଥିଲି । ପାଠ ପଢେଇ ପିଲାଙ୍କୁ ମଣିଷ କରିବା ମୋର ଧର୍ମ ,କର୍ମ ସବୁ ଥିଲା । ମୋର ଏଇ ରାଜନୀତିକୁ ପସିବାକୁ ରାଜି ହେବାର ନ ଥିଲା । ମୁଁ ତ ତମକୁ ବନେଇଛି ନବଘନ , ମୁଁ କାହିଁକି ଖୁସି ନ ହେବି ତୁମର ବିଜୟ ରେ ? ମନେ ଅଛି ? ଇଂରାଜୀ କ୍ଳାସ ରେ ତମକୁ ବୁଝାଉଥିଲି “kingmaker “ କଣ । Kingmaker king ତିଆରି କରେ , ନିଜେ କେବେ ହୁଏନି । ମତେ ସେଇପରି ଜଣେ kingmaker ଭାବରେ ଭଗବାନ ପଠେଇଛନ୍ତି ଆଉ ସେ ମତେ ଆଉ କିଛି ବର୍ଷ ପଢେଇବାକୁ ଚାହାନ୍ତି । ଖୁସି ହୁଅ ସମସ୍ତେ ଆଉ ମିଠା ଖାଅ । “
ଏତିକି କହି ମାଷ୍ଟ୍ରେ ଟେବୁଲ ତଳୁ ମିଠା ପାକେଟ ଆଣି ସମସ୍ତଙ୍କୁ ଖୁଆଇ ଦେଲେ ଆଦର ରେ । ସମସ୍ତଙ୍କ ଆଖିରେ ଝରୁଥିଲା ଲୁହ , ନୂଆ ଏମେଲେ ନବଘନ ର ବି .......
ଏତେ ବେଳକୁ ସିଂଦୂରା ଫାଟି ଆସୁଥାଏ ପୂର୍ବ ଆକାଶ ରୁ । ବୀର ମାଷ୍ତ୍ରେ ସବୁଦିନ ପରି ଢାଳ ଟିଏ ଧରି ବାହାରିଲେ ଗୌନ୍ତିଆ କଟା ( ପୋଖରୀ ) ଆଡେ ନିତ୍ୟକର୍ମ କରିବାକୁ । ତାଙ୍କ ଚେହେରା ସବୁଦିନ ପରି ଶାନ୍ତ ଓ ସୁଧୀର ଦିଶୁଥାଏ , ଯେପରି କିଛି ବି ହେଇନି ।
ବୀର ମାଷ୍ତ୍ରେ ପୁଣି ଜିତିଗଲେ , ଇଲେକ୍ସନ ନୁହେଁ , ସମସ୍ତଙ୍କ ହୃଦୟ ..........
( ପରେ ରଘୁ ପିଅନ କହୁଥିଲା ସେଶ ରାଉଣ୍ଡ ରେ ହାରୁଥିବା ଜାଣି ମାଷ୍ତ୍ରେ ତାକୁ ଡାକି ପଇସା ଦେଇ ହୋଟେଲ ରୁ ମିଠା ଆଣିବାକୁ କହିଲେ ଓ ସେ ହୋଟେଲ ମାଲିକ କୁ ନିଦ ରୁ ଉଠେଇକି ମିଠା ଆଣିଥିଲା )

Comments
Post a Comment