Pratiksha

                                ପ୍ରତୀକ୍ଷା 
   
                               ଝିଅଟିର ବିବାହ ତାହାର ଇଛା ଅନୁସାରେ ନ ହୋଇ ଏକ ସାଧାରଣ ପିଲା ସାଥିରେ ତାର ବାପା କରିଦେଇଥିଲେ |ପୁଅଟିର ମାଆ ବ୍ୟତୀତ ଆଉ କିଏ ହେଲେ ସେ ଘରେ  ନ ଥିଲେ | ଯୌତୁକରେ ପୁଅକୁ ବହୂତ କିଛି ଧନ ସମ୍ପତ୍ତି, ବ୍ୟାଙ୍କ ବାଲାନ୍ସ, କାର୍ ଇତ୍ୟାଦି ଉପହାର ସ୍ବରୂପ ମିଳିଥିଲା କିନ୍ତୁ ଝିଅଟି ଅନ୍ୟ ଏକ ପୁଅକୁ ବହୁତ ଭଲ ପାଉଥିଲା  ସେ ପୁଅ ମଧ୍ୟ ଏ ଝିଅକୁ, ବିଡମ୍ବନାର ବିଷୟ ହେଉଛି ଝିଅଟିର ମନମୁତାବକ ତାର ବାପା ବିବାହ କଲେ ନାହିଁ | 
                  ଝିଅଟି ବିବାହ କରି ବୋହୁ ସାଜି ଶାଶୁଘରକୁ ଆସିଗଲା |ବାସରରାତିରେ ସ୍ବାମୀ ଯେତେବେଳେ ସ୍ତ୍ରୀ ପାଇଁ କ୍ଷୀର ନେଇ ଘର ମଧ୍ୟକୁ ପ୍ରବେଶ କରେ ସେତେବେଳେ ନୂଆ ବୋହୁଟି ପ୍ରଶ୍ନ କରେ... ତୁମେ ମୋର ସମାଜ ଅନୁଯାୟୀ ସ୍ବାମୀ କିନ୍ତୁ ସ୍ତ୍ରୀର ବିନା ଇପ୍ସିତରେ ତୁମେ ଯଦି ସ୍ପର୍ଶ କର ତାହାକୁ ବଳତ୍କାର କୁହାଯାଏ ନା ଅଧିକାର...  ସ୍ବାମୀ ଉତ୍ତର ଦେଲେ ତୁମେ ଏତେ ଦୂରକୁ ଏବଂ ଏତେ ଗଭୀରତାକୁ ଯିବା ଦରକାର ନାହିଁ | କ୍ଷୀର ଆଣିଛି ପିଇ ଦିଅ ମୁଁ ତ ତୁମକୁ ଶୁଭ ରାତ୍ରି ଜଣାଇବା ଆସିଥିଲି କହି ବାହାରକୁ ପଳାଇଯାଇଥିଲେ |
                 ଝିଅଟି ଇଛା କରୁଥିଲା କୌଣସି ପ୍ରକାର ଗୋଟିଏ ଝଗଡ଼ା ହେଉ ଯାହାଦ୍ୱାରା କି ମୁଁ ଏହି ମୂର୍ଖ ଠାରୁ ଛାଡ ପାଇପାରିବି | ଝିଅଟି ବୋହୁ ହୋଇ ଘରର କିଛି ହେଲେ କାମଦାମ କଲା ନାହିଁ ସଦାସର୍ବଦା ନିଜ ମୋବାଇଲରେ ଲାଗି ରହିଲା ଏବଂ କାହା ସହିତ ଗପି ନିଜର ସମୟ ଅତିବାହିତ କଲା କିନ୍ତୁ ଏପଟେ ସ୍ବାମୀ ଘରର ସମସ୍ତ କାର୍ଯ୍ୟ ହସ ହସ ମୁଖରେ ମାଆ ସହିତ ମିଶି କଲା ଠିକ୍ ସମୟରେ ଅଫିସ୍ ଯାଉଥାଏ | ଆଶା, ଆକାଂକ୍ଷା ଓ ଉତ୍କଣ୍ଠାର ଅନ୍ତ କଣ ହେବ କିଏ ବା ଜାଣେ....
                 ପୁଅଟି ଗୋଟିଏ କମ୍ପାନୀରେ ଛୋଟ ଚାକିରିଟିଏ କରିଥାଏ ସଦାସର୍ବଦା ଭାରି ପରିଶ୍ରମୀ ଏବଂ ସଚ୍ଚୋଟ | ବିବାହର ଏକ ମାସ ବିତିଗଲା, ସ୍ବାମୀ ସ୍ତ୍ରୀ ହସଖୁସି, ସୁଖଦୁଃଖ ଆନନ୍ଦ ଦୁଇଜଣ ଯାକ ଭିତରେ ବାଣ୍ଟି ନାହାଁନ୍ତି | ସ୍ବାମୀ ଭାବୁଥାଏ.... ଶଦ୍ଦର ପ୍ରହେଳିକାରେ ଜୀବନର ସଂଜ୍ଞା ଖୋଜୁଥିବା ମଣିଷଟି ତାର ନଗ୍ନ ଚକ୍ଷୁରେ ଭବିଷ୍ୟତର କଳନା କରୁଥାଏ, ବିଶ୍ବାସର ଛିଣ୍ଡା ସୂତାଟିକୁ ବାରମ୍ବାର ଯୋଡୁଥାଏ, ତାର ପ୍ରତ୍ୟେକ ବିଫଳତା ସଫଳତାର ନିଶ୍ଚୟ କିରଣ ହେବ ଆଶା ବାନ୍ଧିଥାଏ |
            ପୁଅଟି ଅତି ଶାନ୍ତ ସ୍ବଭାବର ଅଟେ, ଏଥିପାଇଁ ସେ ଝିଅଟିର ଅନିଚ୍ଛା ସତ୍ତ୍ବେ ବାରମ୍ବାର କଥାହେବାକୁ ପସନ୍ଦ କରେ ନାହିଁ ଖାଇବା ସମୟରେ ପଚାରେ..... ତୁମେ ଖାଇବା ଟେବୁଲରେ ଖାଇବ ନା ତୁମର ଶୋଇବା ଘରକୁ ନେଇଯିବ...... ପୁଅଟିର ଗୋଟିଏ ଭଲ ଅଭ୍ୟାସ ଥାଏ ଶୋଇବା ପୂର୍ବରୁ ନିଜର ଦୈନନ୍ଦିନ ଡାଇରୀଟି ଲେଖି ଶୁଏ |
      ଝିଅଟି ପାଖରେ ଗୋଟିଏ ସ୍କୁଟି ଥାଏ ସ୍ବାମୀ ଅଫିସ୍ ଗଲା ପରେ ସେ ଘରୁ ବାହାରିଯାଏ ଏବଂ ସ୍ବାମୀ ଆସିବା ପୂର୍ବରୁ ଘରକୁ ଫେରିଆସେ | ଛୁଟି ଦିନମାନଙ୍କରେ ପୁଅଟି ଘରେ ରୁହେ ତେଣୁ ଏ ଆଉ ବାହାରକୁ ଯାଇପାରେ ନାହିଁ, ଦିନଟିଏ ଶାଶୁମାଆ ସାଥିରେ କଳିଗୋଳ ଆରମ୍ଭ କରିଦିଏ ପୁଅ ଏଗୁଡିକ ଦେଖି ସହ୍ୟ କରିପାରେ ନାହିଁ ସ୍ତ୍ରୀ କୁ ହାତ ଉଠାଇଦିଏ କିନ୍ତୁ ମାଆ ପୁଅକୁ ବହୁତ ବିରକ୍ତ ହୁଏ ବୋହୁ ଉପରକୁ ହାତ ଉଠାଇଲୁ ବୋଲି | ଝିଅଟିର କଳିଗୋଳ କରିବା ଏକ ବାହାନା ଥିଲା, କଳିଗୋଳ ବାହାନାରେ ସେ ସ୍କୁଟି ନେଇ ବାହାରକୁ ଚାଲିଗଲା | ମୂହୁର୍ତ୍ତ ବି ସରିଯାଏ, ଅପେକ୍ଷାରେ | କଳ୍ପନା ବି ରହିଯାଏ, ବାସ୍ତବତାରେ | ଭାବନା ବି ଝରିଯାଏ, କବିତାରେ | ବିଶ୍ବାସ ବି ମରିଯାଏ, ପ୍ରତାରଣାରେ | ଚେତନା ବି ସରିଯାଏ, ଆଘାତରେ |
           ପ୍ରତିଦିନ ଝିଅଟି ବାହାରକୁ ଯିବା ବାହାନାରେ ନିଜ ପୂର୍ବ ପ୍ରେମିକକୁ ମିଶୁଥାଏ, କିନ୍ତୁ ଆଜି ସେ ସ୍ପଷ୍ଟ ଭାବରେ ଜଣାଇଦେଲା ମୁଁ ସେ ମୂର୍ଖ ପାଖରେ ଆଉ ଏକ ମିନିଟ୍ ମଧ୍ୟ ରହିପାରିବି ନାହିଁ ସେ ମୋ ଉପରକୁ ହାତ ଉଠାଇଲା |
 ପ୍ରେମିକ. ଆରେ ମୁଁ ଚ ତମକୁ କେବେଠାରୁ କହୁଛି ଚାଲ ଦୁହେଁ ମିଶି ବହୁଦୂର ଚାଲିଯିବା କିଏ ଜାଣିପାରିବେ ନାହିଁ |
ଝିଅ. ବିବାହ ଦିନ ତ ମୁଁ ତୁମ ପାଖକୁ ଆସିଥିଲି ତୁମେ ମୋତେ ଫେରାଇଦେଲ |ପ୍ରେମିକ. ତୁମେ ସେଦିନ ଖାଲି ହାତରେ ଆସିଥିଲ, ଖାଲି ହାତରେ ଆମେ କେତେ ବାଟ ଯାଇପାରିବା କୁହ... ମୁଁ ତ ତୁମକୁ କହିଥିଲି ଟଙ୍କା, ସୁନା ନେଇ ଆସ ଆମେ ନୂଆ ଯାଗାକୁ ଯିବା ଏବଂ ନୂଆ କରି ରୋଜଗାର କରି ଘରସଂସାର କରିବା, ମୁଁ ପୂର୍ବରୁ ଯୋ କଥା କହିଲେ ମଧ୍ୟ ତୁମେ କହୁଥିଲ ସେଗୁଡିକ ପାପ ସବୁ ବିବାହପରେ
ଝିଅ. ଏହି କଥା ମୋର ବାପା ପୂର୍ବରୁ ଜାଣିପାରି ମୋତେ ନ ଜଣାଇ ମୋର ବିବାହ ଏହା ଠାରେ ସ୍ଥିର କରିଦେଲେ, କିନ୍ତୁ ଏଥର ମୁଁ ତୁମର ସହିତ ପଳାଇଯିବି | ମୋର ସେତେବେଳେ ଠିକଣା ଶୂନ୍ଯ ଥିଲା , ପରିଚୟ ହୀନ, ଚିରନ୍ତନ ପୁଣି ନିତ୍ୟ ନବୀନ, ମୁଁ ନିର୍ବାଣ ଓ ମୋର ଜୀବନ ସୀମାବଦ୍ଧ | ବାସ୍ତବତା କଣ ତାହା କେତେ ଅନନ୍ତ ଏବଂ ଅସୀମ | ସ୍ବପ୍ନ ଓ ବାସ୍ତବତା ଭିତରେ ଏତିକି ଫରକ ସ୍ବପ୍ନ ଖୁସିଦିଏ ବାସ୍ତବତା ଯନ୍ତ୍ରଣାଦାୟକ |
                  ମୁଁ ଆଜି ବି ସେହି କୁଆଁରୀ କନ୍ଯା | ସମାଜ ଆଖିରେ ସିନା ଆମେ ଦୁହେଁ ବିବାହିତା କିନ୍ତୁ ସ୍ବାମୀ ସ୍ତ୍ରୀର କୌଣସି ସମ୍ପର୍କ ନାହିଁ | ମୁଁ ତୁମରି ନାମରେ ଆଜି ପର୍ଯ୍ୟନ୍ତ ସିନ୍ଦୁର ଧାରଣ କରୁଛି | ତୁମେ ସେହି ସିନ୍ଦୁରଟି ଆଜି ମନ୍ଦିରରେ ଲଗାଇଦିଅ ମୁଁ ଚିରନ୍ତନ ତୁମର ହୋଇଯିବି |
ପ୍ରେମିକ. ଠିକ୍‌ଅଛି ଆମେ ଦୁହେଁ ଦୂରକୁ ଯାଇ ମନ୍ଦିରରେ ବିବାହ କରିବା ସେଥିପାଇଁ କିଛି ଅର୍ଥର ଆବଶ୍ୟକତା ଅଟେ, ତୁମେ ଭାବ ନାହିଁ ଯେ ତୁମର ଧନ ପାଇଁ ଭଲ ପାଉଛି....
ଝିଅଟି. ସେ ମୂର୍ଖ ପାଖରେ କଣ ଟଙ୍କା ଥିବ.... ତଥାପି ମୁଁ ଦେଖୁଛି ମୋର ବାପା ଦେଇଥିବା ସମସ୍ତ ଅର୍ଥ ନେଇ ଆଜି ପଳାଇ ଆସିବି |
ପ୍ରେମିକ.ତୁମେ ଆସ ମୁଁ ତୁମକୁ ଗ୍ରୀନଲାଣ୍ଡ ହୋଟେଲ ନିକଟରେ ଅପେକ୍ଷା କରିଛି
       ଘରକୁ ଆସି ଝିଅଟି କଳିଗୋଳ ଆରମ୍ଭ କରିଦେଲା କିନ୍ତୁ ଦୁଃଖର ବିଷୟ ଏଥର ନିଜେ ପାଟିତୁଣ୍ଡ କଲା ସିନା କିଏ କିଛି ହେଲେ କହିଲେ ନାହିଁ | ରାତି ଆଠଟା ବେଳକୁ ମୋବାଇଲକୁ ମେସେଜ ଆସିଲା ତୁମେ କେତେବେଳେ ଆସୁଛ.....
ଝିଅଟି. ଉତ୍ତର ଦେଲା ସମସ୍ତେ ଶୋଇ ପଡିଲେ ମୁଁ ବାହାରି ଯିବି | ତୁମ ବିନା ମୁଁ ରହିପାରୁନାହିଁ |
ପ୍ରେମିକ. ଶୀଘ୍ର ଆସ ମୁଁ ହୋଟେଲ ବାହାରେ ତୁମ ଅପେକ୍ଷାରେ ରହିଛି......
ଝିଅଟି ସ୍ବାମୀକୁ କହିଲା ମୁଁ ଆଜି ବାହାରେ ଖାଇ କରି ଆସିଛି ତେଣୁ ଖାଇବାକୁ ମୋତେ ଡାକିବ ନାହିଁ ଏହୀ କହି ସେ କବାଟ ବନ୍ଦ କରିଦେଲା | ସ୍ବାମୀ କହିଲେ. ଆଲମାରୀରେ ଥିବା ଡାଇରୀଟି ମୋତେ ଦେଇ ଦିଅ ମୁଁ ତୁମକୁ ପରେ ଡାକିବାକୁ ପଡିବ ନାହିଁ | ସ୍ତ୍ରୀ କହିଲେ... ଚାବି ଦିଅ. ସ୍ବାମୀ ଉତ୍ତର ଦେଲେ ଚାବି ତୁମ ଗୋଡ ପାଖ ଶେଯ ତଳେ ଅଛି | ଝିଅଟି ଚାବି ନ ଦେଇ ଜୋରରେ ଗୀତ ଲଗାଇ ଦେଲା ଯେପରିକି ବାହାରକୁ କିଛି ଶୁଭା ଯିବ ନାହିଁ, ପ୍ରତୀକ୍ଷା ଦୂର ଆକାଶର ପକ୍ଷୀକୁ, ସୂର୍ଯ୍ୟ ମୂଖୀର ପ୍ରତୀକ୍ଷା ପ୍ରଜାପତିକୁ, ସାଗର ବୁକୁରେ ମିଶିଯିବାକୁ ଜହ୍ନର ପ୍ରତୀକ୍ଷା, ପ୍ରତୀକ୍ଷା ଦିଗହରା ପଥିକର ଭଙ୍ଗା ନାଆକୁ, ଅବା କେଉଁ ନୂତନ ସମ୍ପର୍କକୁ ଯୋଡିବାର ପ୍ରତୀକ୍ଷା, ଏଠି ଜୀବନର ମାନେ ପ୍ରତୀକ୍ଷା |  ସ୍ବାମୀ କେତେ ସମୟ ଅପେକ୍ଷା କଲେ ଶେଷରେ ବିରକ୍ତ ହୋଇ ପଳାଇଗଲେ |
               ଝିଅଟି ଧିରେ ଆଲମାରୀ ଖୋଲିଲା | ଆଲମାରୀରେ ଥିବା ଜିନିଷକୁ ଦେଖି ଆଶ୍ଚର୍ଯ୍ୟ ଓ ଆଚମ୍ବିତ ହୋଇଗଲା | ଆଲମାରୀ ଭିତରେ ବ୍ୟାଙ୍କପାସ୍ ବୁକ୍, ବାପା ଦେଇଥିବା ସମସ୍ତ ଅଳଙ୍କାର ଏବଂ ଯୌତୁକର ସମସ୍ତ ହିସାବ ଲେଖା ଅଛି |  ଝିଅଟି ଡାଇରୀଟି ଖୋଲି ପଢିବାକୁ ଲାଗିଲା | ସେଥିରେ ଲେଖାଥିଲା ତୁମର ବାପା ମୋର ମାଆକୁ ଚିକିତ୍ସାଳୟରେ ନିଜର ରକ୍ତ ଦେଇ ମୋର ବାପାଙ୍କର ଜୀବନ ରକ୍ଷା କରିଥିଲେ | ମୁଁ ମାଆଙ୍କୁ ବେଶୀ ଭଲ ପାଏ ସେଥିପାଇଁ ମୁଁ ତୁମ ବାପାଙ୍କ ଠାରେ ଋଣୀ ଅଟେ | ତୁମ ବାପାଙ୍କର ଋଣ ମୁଁ କେବେ ଶୁଝି ପାରିବି ନାହିଁ |
           ଏକ ଦିନ ତୁମର ବାପା ତୁମର ପ୍ରସ୍ତାବ ନେଇ ଆମ ଘରକୁ ଆସିଲେ, ନିଜ ଝିଅର ସମସ୍ତ ଘଟଣା ବଣ୍ଣନା କଲେ... ତୁମ ବାପା ଚାହୁଁଥିଲେ ମୋର ଝିଅ କିପରି ସୁଖରେ, ଖୁସିରେ ଆନନ୍ଦରେ ରହିବ | ସେ ଯୁବକର ଚରିତ୍ର ବିଷୟରେ ତାଙ୍କୁ ଜଣାଥିଲା | ସେ ଯୁବକ ବିବାହିତ ଅଟେ, ସମସ୍ତଙ୍କୁ ନିଜର ବଶୀଭୂତ କରିଦେଉଛି | ଗୋଟିଏ ବାପାଠାରୁ ଝିଅର ଏହି ଭଳି କାହାଣୀ ଶୁଣି ଆବାକ୍ ହୋଇ ଯାଇଥିଲି | ସବୁ ବାପା ତାଙ୍କ ଝିଅର ମଙ୍ଗଳ କାମନା କରନ୍ତି, ମୁଁ ଅନୁଭବ କଲି ସେଥିପାଇଁ ଭଲ ସ୍ବାମୀ ଟିଏ ନ ହୋଇପାରେ କିନ୍ତୁ ଭଲ ଜ୍ବାଇଁଟେ ତ ହୋଇପାରିବି... ମୋତେ ଯୌତୁକରେ ଯାହା ମିଳିଥିଲା ବ୍ୟାଙ୍କ ପାସ୍ ବୁକ୍ ରେ ବାନ୍ଧି ଦେଇଛି ତୁମ ବାପା ଦେଇ ଥିବା କାର୍ ଆଜି ପର୍ଯ୍ୟନ୍ତ ତୁମ ଘରୁ ଆଣିନାହିଁ | ବାସହୀନ ମଧୁଚନ୍ଦ୍ରିକା ପରି ମୁଁ ଆଜି ତୁମର ଅଲୋଡା ମଣିଷ | ମୁଁ ଆଶାକରିଛି ସକାଳର ପହିଲି କିରଣ ମୋ ଜୀବନରେ କେବେ ଆସିବ... 
         ଏହି ଡାଇରୀ ପଢି ଝିଅଟିର ଆଖିରୁ ଅଜାଣତରେ କେତେବେଳେ ଲୁହ ବୋହି ଶେଯ ଓଦା ହୋଇଗଲାଣି | ଡାଇରୀରେ ଆହୁରି ଲେଖା ଥିଲା ତୁମେ ଯଦି ସ୍ବାଧୀନ ଭାବରେ ରହିବାକୁ ଇଚ୍ଛା କରୁଛ ତାହାହେଲେ ମୁଁ ଛାଡପତ୍ର କାଗଜରେ ଦସ୍ତଖତ କରି ଦେଇଛି ତୁମେ ମୋଠାରୁ ଛାଡପତ୍ର ନେଇ ଆନନ୍ଦ ଓ ଖୁସିରେ ରହିପାରିବ |
          ଝିଅଟି ସେତେବେଳକୁ ଦୁଃଖିତ ଓ ଚିନ୍ତିତ ହୋଇପଡିଥିଲା, ମୋବାଇଲକୁ ବାରମ୍ବାର ଫୋନ କଲ ଆସୁଥାଏ | ମୋବାଇଲରୁ ସିମ୍ କାଢି ଭାଙ୍ଗି ଦେଲା | ମୁଁ ତାଙ୍କୁ ଘୃଣା କରୁଥିଲେ ମଧ୍ୟ ସେ ମୋତେ ଏତେ ଭଲ ପାଉଛନ୍ତି ଏକଥା ମୁଁ ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି | ମୁଁ ମୋ ଜୀବନଟାକୁ କଣ କଲି ଭାବି ଭାବି କେତେବେଳେ ନିଦ ହୋଇ ଯାଇଛି |
            ସକାଳୁ ଉଠିବାରେ ଡେରି ହୋଇଗଲା, ଏ ଉଠିଲା ବେଳକୁ ସ୍ବାମୀ କେତେବେଳୁ ଅଫିସକୁ ପଳାଇଗଲେଣି | ଉଠି ଚିନ୍ତା କଲା ନା ମୋର ନୂତନ ଜୀବନ ଆଜିଠାରୁ ଆରମ୍ଭ କରିବି | ନିଜର ନିତ୍ୟ କର୍ମ ସାରି ନିଜ ମଥାରେ ଲମ୍ବା ସିନ୍ଦୂରଟିଏ ଲଗାଇଲା, ରୋଷେଇ ଘରକୁ ଯାଇ ଶାଶୁ ମାଆକୁ କହିଲା...... ତୁମେ ଆଜିଠାରୁ ଆଉ କିଛି କରିବ ନାହିଁ | ନିଜେ ସ୍ବାମୀଙ୍କ ପାଇଁ ଜଳଖିଆ ପ୍ରସ୍ତୁତ କରି ଶାଶୁ ମାଆଙ୍କୁ ସାଥିରେ ନେଇ ସ୍କୁଟିରେ ସ୍ବାମୀଙ୍କ ଅଫିସ୍ ଅଭିମୁଖେ ବାହାରି ପଡିଲା | ଶାଶୁମାଆ ଏ ସବୁର କାରଣ କଣ ବୁଝି ପାରୁନଥାନ୍ତି, ସ୍ବାମୀଙ୍କର ଅଫିସ୍ ଠିକଣା ପଚାରି ବୁଝି ଶାଶୁମାଆଙ୍କୁ ସଙ୍ଗରେ ନେଇ ଅଫିସରେ ପହଞ୍ଚିଗଲା |
            ସ୍ବାମୀ ଏମାନଙ୍କୁ ଦେଖି ବିସ୍ମିତ ହୋଇଗଲେ, ମାଆକୁ ପଚାରିଲେ ସବୁ ଠିକ୍ ଠାକ୍ ଅଛି ତ.... ଏହି ସମୟରେ ସ୍ତ୍ରୀ ସ୍ବାମୀଙ୍କୁ ଆଲିଙ୍ଗନ କରି କହିଲା.. ଆଜିଠାରୁ ସବୁ ଠିକ୍ ହୋଇଯିବ | ଅଫିସର ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାନ୍ତି, ସ୍ତ୍ରୀ ସମସ୍ତଙ୍କୁ କହିଲେ ଆଜି ଠାରୁ ଆମେ ଲମ୍ବା ଛୁଟିରେ ଯାଉଛୁ ଏବଂ ତାଳିମାରି ଅଭିବାଦନ ଜଣାଇଲେ...........
                      

Comments

Popular posts from this blog

ଭାରତ ମହାନ୍ ( Great India )

Most Intelligent Group Photo

Indian Political History