ଭାରତର ସୈନିକ INDIAN ARMY 🎖️

ଭାରତର  ସୈନିକ

କିଛି ବର୍ଷ ପୂର୍ବର ଘଟଣା l ମୁଁ  ବାଙ୍ଗାଲୁରରୁ  ଘରକୁ ଆସୁଥାଏ   l ସକାଳ 7.30 ରେ ଟ୍ରେନ  ଥିଲା l ￰ ଠିକ ସମୟରେ  ମୁଁ   ଟ୍ରେନରେ ଚଢିଲି   l  ସାଙ୍ଗ ମାନଙ୍କୁ ବିଦାୟ  ଦେଇ  ମୁଁ ମୋ ସିଟରେ  ଯାଇ ବସିଲି l ମୁଁ ଯୋଉ  ବଗିରେ ଥିଲି ଠିକ   ମିଲିଟାରୀ ବଗିକୁ ଲାଗିକରି   ଥିଲା l ଟ୍ରେନ ଛାଡିଲା  l କିଛି ସମୟ ବସିଲା  ପରେ ଟିକେ ବୁଲିବା  ପାଇଁ ଇଛା  ହେଲା l ମୋ   ସିଟଟି  ବଗିର  ଗେଟ  ପାଖରେ ଥିଲା l ମୁଁ ଗେଟ ପାଖରେ ଆସି ଠିଆ ହେଲି  l କିଛି ସମୟ ପରେ ଦୁଇ ଜଣ ସିପାହୀ ଆସିଲେ  ଓ  ଆରପଟ ଗେଟ ପାଖରେ ଠିଆ ହୋଇ କଥାବାର୍ତା  ହେଲେ l ଭାରତୀୟ  ସିପାହୀ ମାନଙ୍କୁ ମୁଁ ବହୁତ ସଂମାନ   କରେ  l ମୁଁ  କେବେ  କୌଣସି  ସିପାହୀଙ୍କୁ  ଏତେ ପାଖରୁ ଦେଖି ନଥିଲି l ସେମାନେ  ତାଙ୍କ uniform ରେ ଥାନ୍ତି l ତାଙ୍କ ସହ  ଟିକେ କଥା ହେବାକୁ  ବହୁତ ଇଛା ହେଲା l ଏମିତି 10 ମିନିଟ ଭାବି  ଭାବି ତାଙ୍କୁ ଦେଖୁଥାଏ l ସାହସ ବାନ୍ଧି  ତାଙ୍କ ପାଖକୁ ଗଲି l ମୋତେ ଦେଖି ସେମାନଙ୍କ  କଥାବାର୍ତା  ବନ୍ଦ କରି ପଚାରିଲେ  hello, friend .
ମୁଁ ପୁରା  ଚମକି ପଡିଲି  !  ସେମାନେ ଏତେ friendly ହୋଇ ପାରନ୍ତି , ମୁଁ ବିସ୍ଵାଶ କରି ପାରିଲିନି  l କିଛି ସମୟ ତାଙ୍କ ସହ କଥା ହେଲି , ସେତେ  ବେଳେ  ସ୍ମାର୍ଟ ଫୋନ  ବାହାରି ନଥିଲା  l  ଯଦି  ସ୍ମାର୍ଟଫୋନ ଥାନ୍ତା  , ତାଙ୍କ ସହ selfe  ￰ନିଶ୍ଚିନ୍ତ  ନେଇଥାନ୍ତି  l ତାପରେ ସେମାନେ ନିଜ ସିଟ କୁ ଚାଲିଗଲେ l  ଆଉ କିଛି ସମୟ ପରେ  ଷ୍ଟେସନ  ଆସିଲା l ଅସାମାଜିକ ପରି ଲାଗୁଥିବା  2 ଜଣ ଯୁବକ ଚଢିଲେ  l ଟ୍ରେନ ଛାଡିଲା, ସେ ଦୁଇଜଣ  ଭିତରକୁ  ନଯାଇ  ଗେଟ ପାଖରେ ଠିଆ ହୋଇ ରହିଲେ  l ନିଜ ନିଜ ଭିତରେ ଅସଭ୍ୟ  ଭାଷାରେ କଥା ହେଉ  ଥାନ୍ତି l ମୋତେ ଭାରି ଅଡୁଆ  ଅଡୁଆ ଲାଗିଲା , ମୁଁ ମୋ ସିଟକୁ  ଯିବାକୁ  ବାହାରିଲି  l ଦୁଇ ପାଦ ପକେଇଛି  କି ନା ,ଭିତରୁ ଜଣେ ସୁନ୍ଦର ଯୁବତୀଟିଏ  ବାହାରି ଆସିଲ l ￰ବୋଧହୁଏ ପରିସ୍ରା  କରିବା  ପାଇଁ l ତାଙ୍କୁ ଦେଖି ମୁଁ ଟିକେ ପଛକୁ  ଆସିଲି ଓ ସେ ବାହାରକୁ ଆସିଲା ପରେ ମୁଁ ଭିତରକୁ ଗଲି l  ￰ସିଟରେ ବସିବାକୁ  ଯାଉଥାଏ  l  ହଟାତ ଗେଟ ପାଖରୁ  କିଛି ପାଟିଗୋଳ ଶୁଭିଲା  , ଗେଟ ପାଖକୁ ଯାଇ ଦେଖେ  ତ ସେ ଅସାମାଜିକ ଯୁବକ ଦୁଇଜଣ ସେହି ଯୁବତୀ  ସହ  ଟଣା ଓଟରା   କରୁଥାନ୍ତି  l ମୁଁ ସେମାନଙ୍କୁ ଅଟକାଇ  ବାକୁ ଚେଷ୍ଟା କଲି l ମୋ ସହ ସେମାନେ ଦୁଃବ୍ୟବହାର କଲେ  l ଲାଗୁଥିଲା ସେମାନେ ମଦ୍ୟ  ପାନ  କରି ଥାନ୍ତି l ୟା ଭିତରେ  ଜଣେ ଯୁବକ ହାତରେ ଧରି ଥିବା ମଦ  ବୋତଲକୁ ମୋ ମୁଣ୍ଡ ଆଡକୁ  ପିଟିବା ପାଇଁ  ଉଠେଇଲା ,ଏହା ଦେଖି ମୁଁ ଆଖି ବୁଜି  ମୁଣ୍ଡରେ  ହାତ  ଦେଇଦେଲି  l ଗୋଟେ ଅଜଣା   ଚିତ୍କାର ଶୁଣି  ଆଖି ଖୋଲି ଦେଖେ ତ ମୋ ଆଗରେ ଜଣେ ସିପାହୀ ମୁଣ୍ଡରେ ହାତ ଦେଇ ଠିଆ ହୋଇଥିଲେ  l ଆଉ ମୁଣ୍ଡରୁ  ରକ୍ତ  ବୋହି ଯାଉ ଥାଏ  ତାଙ୍କର  uniform ଉପରେ l 

ସେ ଅସାମାଜିକ ଯୁବକଟି  ମୋ ଉପରକୁ  ବୋତଲ  ଉଠାଇଥିଲା  ବେଳେ ସିପାହୀ ଜଣକ  ମୋ ଆଗରେ ହଟାତ ଆସି ଠିଆ ହୋଇଗଲେ  l ଆଉ ଦୁଇ ଜଣ ସିପାହୀ ସେ ଅସାମାଜିକ ଯୁବକ ଦୁଇଜଣଙ୍କୁ  ବହୁତ ବାଡେ଼ଇଲେ  l ବଗି ରଯାତ୍ରୀ  ମାନେ ଆମକୁ ଘେରି  ଯାଇ ଥାନ୍ତି l  ଯେମିତି ଡ୍ରାମା  ଦେଖିବାକୁ  ଆସିଛନ୍ତି  l
ନିଜକୁ ଦୋଷୀ  ବୋଲି ମନେ  ମନେ  ଗାଳି ଦେଲି  l ଜଣେ ସିପାହୀ fast aid box ବାହାର କରି ତାଙ୍କ ମୁଣ୍ଡରେ ପଟି  ବାନ୍ଧିଦେଲେ  l
ଟିକେ ସମୟ ପରେ ସିପାହୀ ଜଣକ ଉଠି ସିଟରେ ବସିଲେ  l ମୁଁ ତାଙ୍କ ପାଖରେ ବସିଲି  , ଆଉ ପଚାରିଲି ଏମିତି  କଣପାଇଁ କଲେ ଆପଣ ?
ମୋ ମୁଣ୍ଡରେ   ବାଜିଥାନ୍ତା ଆପଣ କଣପାଇଁ  ଆଗକୁ  ଆସିଲେ ? ସେ ଉତ୍ତର ରେ କହିଲେ , "  ମୋ କର୍ତବ୍ୟ  ମୁଁ କରିଛି l କେବଳ ଯେ ସୀମାରେ  duty time ￰ରେ ଆମେ ତୁମ ମାନଙ୍କୁ  ସୁରକ୍ଷା  ଦେବୁ  , ଆଉ ଦେଶ ଭୀତରେ  ତୁମ ମାନଙ୍କୁ  ସୁରକ୍ଷା କିଏ ଦେବ  l
ବଗିରେ ଏତେ ଯାତ୍ରୀ ଥିଲେ l କେହିତ ସେ ଯୁବତୀକୁ  ବଞ୍ଚାଇବାକୁ ଆସିଲେନି  , ତୁମେ କଣପାଇଁ ଆସିଲା l
ତୁମେ ଯେମିତି ତୁମ କର୍ତବ୍ୟ କରିଛ  , ମୁଁ ବି ମୋର କର୍ତବ୍ୟ କରିଛି , "
ମୁଁ କହିଲି ଠିକ ଯେ କିନ୍ତୁ ଏତେ ରକ୍ତ ଯେ ବୋହିଲା  ,
ସେ ହସିଲେ ଆଉ କହିଲେ ," ଏହି ରକ୍ତର ପ୍ରତେକ  ବିନ୍ଦୁ ଭାରତର  ଚାଷୀ  ଭାଇ  ମାନଙ୍କର ଝାଳ  ବୁହା  ପରିଶ୍ରମ ରୁ  ମିଳୁଥିବା  ଖାଦ୍ୟ ଶସ୍ୟରୁ ତିଆରି  l ରକ୍ତ ତୁମ ମାନଙ୍କ  ପାଇଁ ବୁହାଇ  ଥିବାରୁ  ନିଜକୁ ଗର୍ବ ଅନୁଭବ  କରୁଛି l "

ଏହି ଉତ୍ତର ଶୁଣି ମୁଁ ଓ ସେଠାରେ  ଥିବା ସବୁ ଯାତ୍ରୀ ମାନେ କାବା  ହେଇକି ସିପାହୀ ଜଣଙ୍କୁ  ଅନେଇ  ରହିଗଲୁ  l

ଟିକିଏ ଭାବନ୍ତୁ  ଆମେ ଏତେ ଆରାମରେ  ସୋଇ  ପାରୁଛେ ,
ନିର୍ଭୟରେ  ରହୁଛେ  କେବଳ  ଆମ ସିପାହୀ ମାନଙ୍କ ପାଇଁ l


Comments

Popular posts from this blog

ଭାରତ ମହାନ୍ ( Great India )

Most Intelligent Group Photo

Indian Political History