ବିନା ସାଲିସ୍ ର ନେତା
୬ଥର ବିଧାୟକ ୭ଥର ମନ୍ତ୍ରୀ
ଭାଂଗିଗଲେ କିନ୍ତୁ ନଇଁଲେନି
ବିନାସାଲିସ୍ ର ନେତା
"ଦାମୋଦର ରାଉତ"
Former minister and veteran leader Damodar Rout expelled from BJD
ବିଜେଡିରୁ ବିଦା ହେଲେ ଦାମୋଦର ରାଉତ । ଗତ କିଛି ଦିନ ଧରି ଦାମ ରାଉତଙ୍କୁ ଦଳରୁ ବହିଷ୍କୃତ କରାଯିବ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ବରିଷ୍ଠ ବିଜେଡି ନେତା ତଥା ପାରାଦ୍ୱୀପ ବିଧାୟକ ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରାଯାଇଛି । ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ କ୍ରମେ ଦାମଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ବୋଲି ପ୍ରେସ ବିଜ୍ଞପ୍ତି ବିଜେଡି ପକ୍ଷରୁ ଜାରି କରାଯାଇଛି । ଏନେଇ ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି । ଗତ କିଛି ଦିନ ପୂର୍ବେ ଦାମ ରାଉତ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଇ ବିଜେଡିକୁ ଅଡୁଆରେ ପକାଇଥିଲେ । ଏପରିକି ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ସର୍ମ୍ପକରେ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରି ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଥିଲେ ।
ଦାମ ବାରମ୍ବାର ଦଳବିରୋଧୀ ବୟାନ ଦେଉଥିବାରୁ ସୋମବାର ଜଗତସିଂହପୁରର ଦୁଇ ବରିଷ୍ଠ ନେତା ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଥିଲେ । ଏପରିକି ଦାମଙ୍କ ବିରୋଧରେ ସମସ୍ତ ଅଭିଯୋଗ ନବୀନଙ୍କୁ ଜଣାଇଥିଲେ । ଆଉ ଏହାପରେ ଗତକାଲି ବାଲିକୁଦା-ଏରସମାରୁ ବିଜେଡି କର୍ମୀ ମାନେ ଆସି ଦାମଙ୍କ ବିରୋଧରେ ନବୀନଙ୍କ ନିକଟରେ ଅଭିଯୋଗ କରିଥିଲେ । ଆଉ ଏହାପରେ ନବୀନ ମଧ୍ୟ ଅଭିଯୋଗ ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଆଉ ଆଜି ଦାମଙ୍କୁ ଦମନ କରିବାକୁ ଶେଷରେ ଦଳରୁ ବିଦା କରିଛନ୍ତି ବିଜେଡି ମୁଖିଆ ।
Just days after alleging multiple instances of corruption in various departments of the State government, former minister & senior leader Damodar Rout was dismissed from the BJD today.
In pursuance to orders from party president Naveen Patnaik, Damodar Rout has been expelled from the BJD, informed party’s state secretary, Bijay Kumar Nayak through a press release.
Rout had recently created ripples in the political circle by alleging irregularities and scams in disbursal of Cooperative bank loans, Omfed, distribution of saplings & in the Health department.
Earlier today, Rout had praised Chief Minister Naveen Patnaik by calling him a good human being, a writer and an artist with a clean image and has greater exposure as compared to his counterparts in the country.
On Monday, BJD’s Balikuda-Erasama MLA Prashant Kumar Muduli and party’s Jagatsinghpur district president Bishnu Charan Das had met CM Naveen and urged for disciplinary action & suspension of Rout.
2 days before
ବିଜେଡିରୁ ବିଦା ହେବେ ଦାମ Damodar Rout ! ବହିଷ୍କାର କରିବାକୁ ନବୀନଙ୍କ ନିକଟରେ ଦାବି କଲେ ଦଳୀୟ ନେତା ।
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପାଇଁ ଅଡୁଆ ବଢିଲା । ବିଜେଡିରୁ ବହିଷ୍କୃତ ହୋଇପାରନ୍ତି ବରିଷ୍ଠ ନେତା ଦାମ ରାଉତ । ଗତ କିଛି ଦିନ ହେବ ଦଳ ବିରୋଧୀ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ଦାମ । ଆଉ ଏଭଳି ସମୟରେ ଦାମଙ୍କୁ ଦମନ କରିବାକୁ ମେଳି ବାନ୍ଧିଛନ୍ତି ଦଳୀୟ ନେତା । ଖାସକରି ଜଗତସିଂହପୁରର ଦୁଇ ବରିଷ୍ଠ ବିଜେଡି ନେତା ଦାମଙ୍କ ବିରୋଧରେ ନବୀନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏପରିକି ଦାମ ବାରମ୍ବାର ଦଳ ବିରୋଧରେ ଗଣମାଧ୍ୟମ ସାମ୍ନାରେ ବୟାନ ଦେଉଥିବାରୁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଉ ବୋଲି ନବୀନଙ୍କୁ ଲିଖିତ ଆକାରରେ ଦିଆଯାଇଛି ।
ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଜିଲ୍ଲାର ଆଉ କିଛି ନେତାଙ୍କୁ ଧରି ନବୀନ ନିବାସରେ ପହଂଚିଥିଲେ ଦାମଙ୍କ ବିରୋଧରେ ଅଭିଯୋଗ କରିବାକୁ । କାଗଜରେ ଲେଖାଥିଲା ଦାମଙ୍କ ବିରୋଧରେ ଅଭିଯୋଗ । ଆଉ ଅଭିଯୋଗ ଫର୍ଦ୍ଦକୁ ନବୀନଙ୍କ ହାତକୁ ବଢାଇ ଦେଇ ଦାମଙ୍କ ବିରୋଧରେ ଫେରାଦ ହୋଇଥିଲେ ଏହି ଦୁଇ ନେତା । ଉଦ୍ଦେଶ୍ୟ ସ୍ପଷ୍ଟ, ଦାମଙ୍କୁ ଦଳରୁ ବହିଷ୍କାର କରାଯାଉ ।
ଦାମ ଗତ କିଛି ଦିନ ହେବ ଖୋଲାଖୋଲି ଭାବେ ଦଳବିରୋଧୀ ମନ୍ତବ୍ୟ ଦେଇ ଆସୁଥିଲେ । ବିଜେଡି ସରକାରରେ ହୋଇଥିବା କିଛି ଦୁର୍ନୀତି ନେଇ ଗଣମାଧ୍ୟମ ସାମ୍ନାରେ ଖୋଲାଖୋଲି ଭାବେ ମନ୍ତବ୍ୟ ଦେଇ ଆସୁଥିଲେ । ଯାହାକୁ ନାପସନ୍ଦ କରିଥିଲେ ଦଳୀୟ ନେତା । ଦାମ ଦଳରେ ଥାଇ ଦଳ ବିରୋଧୀ ବୟାନ ଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ ଦେବାଶିଷ ସାମନ୍ତରାୟ । ବିରୋଧୀଙ୍କୁ ଖୋରାକ ଯୋଗାଇବା ପାଇଁ ଏଭଳି ଆଭିମୁଖ୍ୟ ପୋଷଣ କରୁଥିବା ଦଳୀୟ ନେତା ବୟାନ ରଖିଥିଲେ ।
ନବୀନଙ୍କ ନିକଟରେ ଫେରାଦ ହୋଇ ପ୍ରଶାନ୍ତ ମୁଦୁଲି କହିଥିଲେ, ଦାମଙ୍କ କାର୍ଯ୍ୟକଳାପ ଦଳକୁ ଅଡୁଆରେ ପକାଇଉଛି । ତାଙ୍କ ବୟାନ ଦଳ ପାଇଁ ଘାତକ ହେଉଛି । ତେଣୁ ତୁରନ୍ତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଥିଲେ । ସେହିପରି ବିଷ୍ଣୁ ଦାସ କହିଥିଲେ, ଅପରାଧୀଙ୍କୁ ଘଣ୍ଟ ଘୋଡାଇବାରେ ଦାମ ମାହିର । ଦଳିତ ବିରୋଧୀ ବୟାନ ପାଇଁ ତାଙ୍କ ବିରୋଧରେ ମାମଲା ଚାଲିଛି । ତେଣୁ ତାଙ୍କ ବିରୋଧରେ ଫେରାଦ ହେବାକୁ ଆସିଥିଲେ ବୋଲି କହିଥିଲେ ଜଗତସିଂହପୁର ଜିଲ୍ଲା ସଭାପତି । ଦାମଙ୍କୁ ବହିଷ୍କାର କରିବାର ଆବଶ୍ୟକତା ଥିବା ଯୁକ୍ତି ବାଢିଥିଲେ ବିଷ୍ଣୁ ।
ନିଜ ଜିଲ୍ଲାର ଦୁଇ ନେତା ତାଙ୍କ ବିରୋଧରେ ନବୀନଙ୍କ ନିକଟରେ ଫେରାଦ ହେବା ପରେ ଦାମ କହିଛନ୍ତି, ମୋତେ ପୂର୍ବରୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଛି । ଏପରିକି ଦଳୀୟ ଉପସଭାପତି ଓ ପର୍ଯ୍ୟବେକ୍ଷକରୁ ମଧ୍ୟ ବାଦ୍ ଦିଆଯାଇଛି । ସେତେବେଳେ ମଧ୍ୟ ନବୀନଙ୍କ ନିକଟକୁ ଯାଇନଥିଲି । ତେଣୁ ଯଦି ଏବେ ମୋତେ ଦଳରୁ ବାହାର କରିବାକୁ ଚାହୁଁଛନ୍ତି ତେବେ କରନ୍ତୁ । ଏଥିରେ କିଛି କହିବାର ନାହିଁ । କିନ୍ତୁ ଅନ୍ୟ କୌଣସି ଦଳରେ ଯୋଗ ଦେବି ନାହିଁ । କିନ୍ତୁ ଲୋକମାନେ ଚାହୁଁଥିବା ଯାଏଁ ନିର୍ବାଚନ ଲଢିବି ।
ଦାମ ବାରମ୍ବାର ଗଣମାଧ୍ୟମ ସାମ୍ନାରେ ଯେଉଁ ବୟାନ ରଖୁଥିଲେ ତାହା ଦଳୀୟ ଅନୁଶାସନ ଓ ଶୃଙ୍ଖଳା ଭଙ୍ଗ କରୁଥିଲା ବୋଲି ବିଜେଡି ନେତା ମାନେ କହିଛନ୍ତି । ସମବାୟ, ଓମଫେଡ, ଚାରା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୁର୍ନୀତି ହୋଇଥିବା ନେଇ ଦଳୀୟ ନେତା ମାନଙ୍କୁ ଟାର୍ଗେଟ କରିଥିଲେ ଦାମ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା । ତେବେ ଦାମଙ୍କର ଏଭଳି ଦଳବିରୋଧୀ ବୟାନ କିଛି ନୂଆ ନୁହେଁ । ଅନେକ ସମୟରେ ଦାମଙ୍କ ବୟାନ ପାଇଁ ଅଡୁଆରେ ପଡିଛି ଦଳ । ଏପରିକି ବ୍ରାହ୍ମଣଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଦାମଙ୍କୁ ମନ୍ତ୍ରୀପଦରୁ ମଧ୍ୟ ବିଦା କରାଯାଇଛି । ଏପରିକି ଦଳର ଉପସଭାପତି ଓ ପ୍ରଭାରୀ ପଦରୁ ମଧ୍ୟ ବାଦ୍ ଦିଆଯାଇଛି । କିନ୍ତୁ ଏହାପରେ ମଧ୍ୟ ଦାମଙ୍କ ମୁହଁରେ ତୁଣ୍ଡି ଲାଗି ପାରିନାହିଁ । ତେଣୁ ଦାମଙ୍କୁ ଦମନ କରିବାକୁ ଏବେ ଦଳରୁ ବହିଷ୍କାର ହିଁ ଏକମାତ୍ର ରାସ୍ତା ବୋଲି ଖୋଲାଖୋଲି ଭାବେ କହିଛନ୍ତି ଦଳୀୟ ନେତା । ଏସବୁ ଭିତରେ ବିଜେଡି ସୁପ୍ରିମୋ ଦାମଙ୍କ ବିରୋଧରେ କଣ ନିଷ୍ପତି ନେଉଛନ୍ତି ତାହା ଦେଖିବା ବାକି ରହିଲା ।

Comments
Post a Comment