Odisha'S Bad politics
କୋଣାର୍କ ଟିଭି ବୁଡିଲା
ଅଏଲ୍ ଓଡିଶା ବୁଡିଲା
ଇପିଟ୍ରନ୍ ଟାଇମସ୍ ବୁଡିଲା
କୋଣାର୍କ ଝୋଟକଳ ବୁଡିଲା
ଓଟିଏମ୍ ବୁଡିଲା
କଳିଂଗ ଟ୍ଯୁବସ୍ ବୁଡିଲା
ଟିପିଏମ୍ ବୁଡିଲା
ବାରଂଗ କାଚ କାରଖାନା ବୁଡିଲା
ଇଷ୍ଟ କୋଷ୍ଟ ଫର୍ଟିଲାଇଜର ବୁଡିଲା
ନୟାଗଡ ଚିନି କାରଖାନା ବୁଡିଲା
ବଡମ୍ୱା ଚିନି କାରଖାନା ବୁଡିଲା
ବରଗଡ ଚିନି କାରଖାନା ବୁଡିଲା
ଆସ୍କା ଚିନି କାରଖାନା ବୁଡିଲା
ଏସ୍ ଏନ୍ କର୍ପୋରେସନ୍ ବୁଡିଲା
ଜେ କେ ସିନ୍ଥେଟିକ୍ସ ବୁଡିଲା
ବିଲାତି ଓଡିଶା ବୁଡିଲା
ହଜାରେ ଦିନରେ ହଜାରେ କୋଟିରେ ହଜାରେ ଶିଳ୍ପ ବୁଡିଲା
ପାର୍ବତୀ ପାୱାରଲୁମ୍, ଜଗତସିଂହପୁର ବୁଡିଲା
ବଳଦେବଜୀଉ ପାୱାରଲୁମ୍,କେଂଦ୍ରାପଡା ବୁଡିଲା
ମା ବାଉତୀ ପାୱାରଲୁମ୍, ଆଠଗଡ ବୁଡିଲା
ମାଣିକେଶ୍ୱରୀ ପାୱାରଲୁମ୍, କଳାହାଣ୍ଡି ବୁଡିଲା
ମଧୁନଗର ପାୱାରଲୁମ୍, କଟକ ବୁଡିଲା
ଛତିଆ ୱେଭିଂ ମିଲ୍, ଯାଜପୁର ବୁଡିଲା
ବରୁଣେଇ ପାୱାରଲୁମ୍, ଖୋର୍ଧା ବୁଡିଲା
ବ୍ରହ୍ମପୁର ପାୱାରଲୁମ୍, ଗଂଜାମ ବୁଡିଲା
ରାମନଗର ପାୱାରଲୁମ୍, ବରଗଡ ବୁଡିଲା
ବାରିପଦା ପାୱାରଲୁମ୍, ମୟୁରଭଂଜ ବୁଡିଲା
ମହାଲକ୍ଷ୍ମୀ ପାୱାରଲୁମ୍, ସୁନ୍ଦରଗଡ ବୁଡିଲା
ତା ସହିତ ୧୩ ଟା ସ୍ପିନିଂ ମିଲ୍ ବୁଡିଲା
ଲେଖିଲେ ଗୋଟାଏ ବହି ହେବ...
ଓଡିଶା ବିକାଶପାଇଁ ସରକାରଂକ ହାତରେ ଆମେ ବର୍ଷକୁ ଦେଉଛୁ ଦେଢଲକ୍ଷ କୋଟି , କ’ଣ ଗୁଜୁରାଟ, କେରଳ,ହାଇଦରାବାଦ, ହରିଆନା, ଛତିଶଗଡ ଯାଇ ଦାଦନ ଖଟିବାକୁ ?
ଏ ପଇସା ସବୁଲୋକ ଦେଉଛନ୍ତି, ଗୋଟାଏ ଭ୍ରମ ଧାରଣା ଅଛି ଯେ, କେବଳ ଧନୀ ଲୋକ ସରକାରଂକୁ ଟିକସ ଦିଅନ୍ତି, ତାହା ଭୁଲ୍ କଥା, ଦିନକୁ ୩୦୦ ଟଂକା ରୋଜଗାର ଓ ଖର୍ଚ କରୁଥିବା ମୂଲିଆ ବି ହାରାହାରି ୧୮% ହିସାବରେ ଦିନକୁ ସରକାରୀ ଟ୍ରେଜେରୀକୁ ୫୪ ଟଂକା ଦିଏ ।
ଜଣେ ରାଷ୍ ଟ୍ର ନୀତିଜ୍ଞ ତାର ରାଜ୍ଯକୁ ସମ୍ପନ୍ନ କରିବାକୁ ଯୋଜନା କରେ, ତାର ଲୋକଂକୁ ରୋଜଗାରକ୍ଷମ କରିବାକୁ ଯୋଜନା କରେ, କେବଳ ଭେଜାଶୂନ୍ଯ ସରକାର ଯୋଜନା କରେ ଭିକ ଦେଇ ଭୋଟ୍ ନେବାକୁ ।
ଟଂକା ତ ଲୋକଂକର, ନବୀନ ଦେଲେ କ’ଣ ? ମୋଦୀ ଦେଲେ କ’ଣ ?
କେଉଁଠୁ ଆଣିକି ଦେଲେ ?
ବାବୁ ଆମେ ସାଧାରଣ ଲୋକ, ତୁମକୁ ବୁଦ୍ଧିଆ ଭାବି ବିଧାନ ସଭାକୁ ପଠେଇଛୁ, ବର୍ଷକୁ ଦେଢ ଲକ୍ଷ କୋଟି ଟଂକା ବି ତୁମ ହାତରେ ଦେଉଛୁ, ଲୋକଂକୁ ରୋଜଗାରକ୍ଷମ କରିବାକୁ ଯୋଜନା କରିବା ପାଇଁ, ଆମକୁ ବିପିଏଲ୍ କରି କେରଳ, ମହାରାଷ୍ ଟ୍ର, ସୁରଟ, ହାଇଦରାବାଦ, ହରିଆନାକୁ ଦାଦନ ଖଟିବାକୁ ପଠାଇବାକୁ ନୁହେଁ ।
ଯଦି ଗୋଟାଏ ରାଜ୍ଯରେ
ଜେଜେ ବିପିଏଲ୍
ବାପା ବିପିଏଲ୍
ନାତି ବିପିଏଲ୍ ହେବ
ସେ ରାଜ୍ଯରେ ଗୋଟାଏ ନିର୍ବାଚିତ ସରକାର ରହିବ କାହିଁକି ?
ସେଠି ତ ରାଷ୍ଟ୍ରପତି ଶାସନ ଜାରି କରିଦେବା କଥା କି ?


Comments
Post a Comment